Tuesday, June 5, 2018

·ଲାଣ ହେଉଥିବା ୭ ଜଣ ଯୁବତୀ ଓ ଜଣେ ନାବାଳିକା ଉଦ୍ଧାର


ବ୍ରହ୍ମପୁର, ୫ ।୬  : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଜଣ ଯୁବତୀଙ୍କୁ ଜଣେ ·ଲାଣକାରୀ ·କିରି କରାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ନେଇଯାଉଥିଲା । ଏ ସମ୍ପର୍କରେ ରାଇକିଆ ଥାନା ଅଧିକାରୀ ବ୍ରହ୍ମପୁର ଚାଇଲଡ ଲାଇନ୍‍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧିର ସାବତଙ୍କୁ ଅବଗତ କରାଗଲା ପରେ ·ଇଲଡ ଲାଇନ ଟିମ୍‍ ରାଇକିଆରୁ ଆସୁଥିବା ସମସ୍ତ ବସ ଗୁଡିକୁ ତନଖି କଲାପରୋ ଗୋଟିଏ ବସ୍‍ରୁ ଉକ୍ତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହି ସମୟ ମଧ୍ୟରେ ·ଲାଣକାରୀ ଫେରାର ହୋଇଯାଇଥିଲା । ·ଇଲଡ ଲାଇନ ୧୮ ବର୍ଷ ବୟସରୁ କମ ବୟସର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଉଦ୍ଧାର କରିଥିବାବେଳେ ପ୍ରତ୍ୟେହ ଅନେକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟ ମାନଙ୍କୁ ·ଲାଣ କରାଯାଉଛି । ·ଇଲଡ ଲାଇନ ତରଫରୁ ଉକ୍ତ ୭ଜଣ ଯୁବତୀଙ୍କୁ ରାଇକିଆ ଥାନାରେ ହସ୍ତାନ୍ତର କରାଯିବା । ବାପା, ମା’ଙ୍କ ଅଗୋଚରରେ ଝିଅମାନେ ଅନେକ ସମୟରେ ଏହି ମାନବ ଚାଲାଣକାରୀ ରାକେଟର ପଲୋଭନରେ ପଡି ଯାଉଥିବାରୁ ଶ୍ରୀ ସୁଧିର ସାବତ ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ କଠୋର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରିବା ସହିତ ଜିଲ୍ଲା ସ୍ତରରେ ବିଭିନ୍ନ ଧନ୍ଦାମୂଳକ ତାଲିମରେ ଏମାନଙ୍କୁ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ଉଦ୍‍ବେଗ ପ୍ରକାଶ କରିଥିଲେ । ତାଙ୍କର ମତାମତ ଅନୁଯାୟୀ ସୁଚିନ୍ତିତ ଯୋଜନା ପ୍ରଣୟନ ଏବଂ ·ଲାଣକାରୀମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁ ମାନବ ଚାଲାଣକୁ ବନ୍ଦ କରିପାରିବ । ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଦରକାର । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରେଳଷ୍ଟେସନଠାରେ କାର୍ଯ୍ୟ କରୁଥିବା ଚାଇଲଡ ଲାଇନ ହେଲପ୍‍ ଡେସ୍କ ତରଫରୁ ୬ ଜଣ ନାବାଳିକା ଓ ୩ ଜଣ ପୁଅ ହାଇଦ୍ରାବାଦ ଯାଉଥିବା ସମୟରେ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ଝିଅମାନଙ୍କୁ ଉତ୍କଲ ବାଳାଶ୍ରମ ଓ ପୁଅମାନଙ୍କୁ ଆଇ.ଏସ.ଆର.ଡି ମୁକ୍ତ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଛି । ପିଲାମାନଙ୍କର ପିତାମାତାଙ୍କୁ ଏ ସମ୍ପର୍କରେ ଫୋନ୍‍ ଦ୍ୱାରା ଅବଗତ କରାଯାଇଛି ।