ଜନସଂଖ୍ୟା
Thursday, September 30, 2021
Tuesday, October 9, 2018
କୈଳାସ ବାବାଙ୍କୁ ଖଲାସ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦର ଦୃଢ ଦାବି
ବ୍ରହ୍ମପୁର,୯ା୧୦: ମଙ୍ଗଳବାର ଦିନ କୈଳାସ ବାବାଙ୍କ ଖଲାସ ଦାବୀରେ ଏକ ସ୍ମାରକ ପତ୍ର ବିଶ୍ୱହିନ୍ଦୁ ପରିଷଦ ତରଫରୁ ଡି.ଆର.ଡିଙ୍କୁ ପ୍ରଦାନ କରାଯାଇଛି ।କୈଳାସ ବାବା କାଟୁ ଅଂଚଳର ଜଣେ ବିସିଷ୍ଠ ସମାଜସେବୀ ଭାବରେ ଜଣାଶୁଣା । ଆଜିବନ ବ୍ରହ୍ମଚାର୍ଯ୍ୟ ପାଳନ ପୁର୍ବକ ସେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । କାଟୁ ନିକଟସ୍ତ କରଞେଇ ଠାରେ ଏକ ଗୋଶାଳା ପ୍ରତିଷ୍ଠାକରି ଶତାଧିକ ଦେଶୀ ଗାଇଙ୍କର ସେବା କରୁଛନ୍ତି । ସ୍ଥାନିୟ ଜନସାଧାରଣ ବିଭିନ୍ନ ଅସୁବିଧାରେ କୈଳାସ ବାବାଙ୍କ ସହେଯାଗ ପାଉଥିବା ଯୋଗୁଁ ସେହି ଅଂଚଳରେ ସେ ସମସ୍ତଙ୍କର ଶ୍ରଦ୍ଧାଭାବକ ହୋଇ ପାରିଛନ୍ତି । କେବଳ ଏତିକି ନୁହେଁ ପରିବେଶ ସୁରକ୍ଷା ନିମନ୍ତେ ମଧ୍ୟ ସେ ବହୁ କାର୍ଯ୍ୟକରିଛନ୍ତି । ବୃକ୍ଷରୋପଣ, କରଞେଇ ପାହାଡ ଉପରେ ଥିବା ଜଙ୍ଗଲର ସୁରକ୍ଷା ନିକଟସ୍ଥ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସେ ବିବିଧ କାର୍ଯ୍ୟ କରି ଆସୁଛନ୍ତି । ବିଗତ କିଛି ଦିନ ଧରି ନିକଟସ୍ଥ ରୁଷିକୁଲ୍ୟା ନଦୀ ପଠାରୁ ବେଆଇନ ଭାବରେ ନଦି ପଠାରୁ ବାଲି ଚୋରାରେ ନେଉଛନ୍ତିା କୈଳାସ ବାବା ଏହି କାର୍ଯ୍ୟକୁ ବିରୋଦ କରି ଜନସଚେତନତା ସୃଷ୍ଟି କରିଥିଲେ । ଫଳରେ ବାଲି ମାଫିଆଙ୍କ ସ୍ୱାର୍ଥରେ ଆଂଚ ଆସିଲା । ସେମାନେ ସରକାରୀ ଦଳର କିଚି ଅସାଧୁ ଅଧିକାରୀ ମାନଙ୍କ ସହ ମିସି କୈଳାସ ବାବାଙ୍କୁ ମିଥ୍ୟା ଭାବରେ ଏକ ହତ୍ୟାକାଣ୍ଡରେ ଜଡିତ କରାଇ ଦୀର୍ଘ ୩ ମାସ ଧରି ଜେଲରେ ବନ୍ଦି କରାଯିବା ଅତି ଦୁର୍ଭାଗ୍ୟଜନକ ।
Tuesday, June 5, 2018
·ଲାଣ ହେଉଥିବା ୭ ଜଣ ଯୁବତୀ ଓ ଜଣେ ନାବାଳିକା ଉଦ୍ଧାର
ବ୍ରହ୍ମପୁର, ୫ ।୬ : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଜଣ ଯୁବତୀଙ୍କୁ ଜଣେ ·ଲାଣକାରୀ ·କିରି କରାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ନେଇଯାଉଥିଲା । ଏ ସମ୍ପର୍କରେ ରାଇକିଆ ଥାନା ଅଧିକାରୀ ବ୍ରହ୍ମପୁର ଚାଇଲଡ ଲାଇନ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧିର ସାବତଙ୍କୁ ଅବଗତ କରାଗଲା ପରେ ·ଇଲଡ ଲାଇନ ଟିମ୍ ରାଇକିଆରୁ ଆସୁଥିବା ସମସ୍ତ ବସ ଗୁଡିକୁ ତନଖି କଲାପରୋ ଗୋଟିଏ ବସ୍ରୁ ଉକ୍ତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହି ସମୟ ମଧ୍ୟରେ ·ଲାଣକାରୀ ଫେରାର ହୋଇଯାଇଥିଲା । ·ଇଲଡ ଲାଇନ ୧୮ ବର୍ଷ ବୟସରୁ କମ ବୟସର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଉଦ୍ଧାର କରିଥିବାବେଳେ ପ୍ରତ୍ୟେହ ଅନେକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟ ମାନଙ୍କୁ ·ଲାଣ କରାଯାଉଛି । ·ଇଲଡ ଲାଇନ ତରଫରୁ ଉକ୍ତ ୭ଜଣ ଯୁବତୀଙ୍କୁ ରାଇକିଆ ଥାନାରେ ହସ୍ତାନ୍ତର କରାଯିବା । ବାପା, ମା’ଙ୍କ ଅଗୋଚରରେ ଝିଅମାନେ ଅନେକ ସମୟରେ ଏହି ମାନବ ଚାଲାଣକାରୀ ରାକେଟର ପଲୋଭନରେ ପଡି ଯାଉଥିବାରୁ ଶ୍ରୀ ସୁଧିର ସାବତ ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ କଠୋର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରିବା ସହିତ ଜିଲ୍ଲା ସ୍ତରରେ ବିଭିନ୍ନ ଧନ୍ଦାମୂଳକ ତାଲିମରେ ଏମାନଙ୍କୁ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ଉଦ୍ବେଗ ପ୍ରକାଶ କରିଥିଲେ । ତାଙ୍କର ମତାମତ ଅନୁଯାୟୀ ସୁଚିନ୍ତିତ ଯୋଜନା ପ୍ରଣୟନ ଏବଂ ·ଲାଣକାରୀମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁ ମାନବ ଚାଲାଣକୁ ବନ୍ଦ କରିପାରିବ । ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଦରକାର । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରେଳଷ୍ଟେସନଠାରେ କାର୍ଯ୍ୟ କରୁଥିବା ଚାଇଲଡ ଲାଇନ ହେଲପ୍ ଡେସ୍କ ତରଫରୁ ୬ ଜଣ ନାବାଳିକା ଓ ୩ ଜଣ ପୁଅ ହାଇଦ୍ରାବାଦ ଯାଉଥିବା ସମୟରେ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ଝିଅମାନଙ୍କୁ ଉତ୍କଲ ବାଳାଶ୍ରମ ଓ ପୁଅମାନଙ୍କୁ ଆଇ.ଏସ.ଆର.ଡି ମୁକ୍ତ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଛି । ପିଲାମାନଙ୍କର ପିତାମାତାଙ୍କୁ ଏ ସମ୍ପର୍କରେ ଫୋନ୍ ଦ୍ୱାରା ଅବଗତ କରାଯାଇଛି ।
Subscribe to:
Posts (Atom)